ନୂଆଦିଲ୍ଲୀ, ୧୩/୦୫: ପହଲଗାମରେ ଆତଙ୍କୀ ହମଲାର ପ୍ରତିଶୋଧ ନେଇଥିଲା ଭାରତ କରିଥିବା ଅପରେସନ ସିନ୍ଦୂର । ଭାରତର ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀଙ୍କ ୯ ଟି ଆଡ୍ଡାସ୍ଥଳୀ ଉପରେ ଆଟାକ୍ କରି ମାଟିରେ ମିଶାଇଥିଲା ଭାରତୀୟ ସେନା । ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହାରିମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏହାପରେ ସୀମାରେ ଶାନ୍ତି ଫେରିଛି । କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପରୁ ବାଦ୍ ପଡୁନାହିଁ, ସୁଧୁରୁନି ପାକ୍ । ପାକ୍ ରେ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛିନ୍ତି ।ଏହି ପରିସ୍ଥିତିରେ ଭାରତ ଆଲର୍ଟ ମୋଡ୍ରେ ରହିଛି । ବର୍ଡର ଅଞ୍ଚଳ ଦେଇ ଚଳାଚଳ କରୁଥିବା ସମସ୍ତ ବିମାନ ପାଇଁ କମ୍ପାନୀ ଗୁଡିକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଜାମ୍ମୁ କାଶ୍ମୀରର ୮ଟି ପ୍ରମୁଖ ସହରରେ ଉଡାଣ ଭରୁଥିବା ବିମାନକୁ ରଦ୍ଦ କରାଯିବା ନେଇ ଘୋଷଣା କରିଛି ଏୟାର ଇଣ୍ଡିଆ । ପ୍ରଭାବିତ ବିମାନବନ୍ଦରରେ ଜାମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ ରହିଛି ।