ନୂଆଦିଲ୍ଲୀ,୦୫/୦୫: ଦିନକୁ ଦିନ ତେଜିବାରେ ଲାଗିଛି ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ବିବାଦ । ଏହାରି ମଧ୍ୟରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ନାମରେ ନାମିତ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ଆମେ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମାନ କରୁଛୁ । କାଳୀ ମନ୍ଦିର ଶିବ ମନ୍ଦିର ଦେଶର ପ୍ରତ୍ୟେକ ସ୍ଥାନରେ ରହିଛି । ତେବେ ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି ? ବିଜେପି କିଛି କଲେ ଆମେ ତ କିଛି ପ୍ରଶ୍ନ ଉଠାଇନୁ ।
ସେପଟେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ଅନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି ।