ବିଶ୍ବ ଯକୃତ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, କହିଲେ ଖାଇବାରେ ବ୍ୟବହାର କରନ୍ତୁ କମ ତେଲ

ନୂଆଦିଲ୍ଲୀ,୨୦/୦୪:   ସମସ୍ତେ ବର୍ତ୍ତମାନ ଯତ୍ନଶୀଳ ହୋଇଛନ୍ତି କାହିଁକି ନା ଗୋଟିଏ ସୁସ୍ଥ ଭାରତ ଗଠନ ପାଇଁ ସୁସ୍ଥ ରହିବା ସମସ୍ତଙ୍କର ନିହାତି ଜରୁରୀ ବୋଲି ବିଶ୍ବ ଯକୃତ ଦିବସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏଥିସହ ସେ କହିଛନ୍ତି କିଛି ଛୋଟ ଛୋଟ ପଦକ୍ଷେପ ଆମ ଜୀବନର ସନ୍ତୁଳନକୁ ବାଲାନ୍ସ କରିଦିଏ ଯାହା କି ଆମ ଜୀବନ ପାଇଁ ନିହାତି ଜରୁରୀ । ବିଶ୍ବ ଯକୃତ ଦିବସରେ ଖାଦ୍ୟ ପ୍ରତି ଯତ୍ନବାନ ହେବା ସହ କମ ତେଲ ବ୍ୟବହାର କରିବା ନେଇ ନିଜ ଏକ୍ସରେ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଏହା ହିଁ ସୁସ୍ଥ ଭାରତ ଗଠନ କରିବାରେ ସହାୟକ ହେବ । ଯେପରିକି କମ ତେଲ ବ୍ୟବହାର କରିବା କୁପ୍ରଭାବ ବିଷୟରେ ଲୋକଙ୍କୁ କହିବା ।

ବିଶ୍ୱ ଯକୃତ ଦିବସ ପାଳନ କରିବାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୟାସକୁ ସେ ପ୍ରଶଂସା ମଧ୍ୟ କରିଥିଲେ। ପ୍ରତିବର୍ଷ ଆମେ ବିଶ୍ୱ ଯକୃତ ଦିବସ ପାଳନ କରିଥାଉ । ଏହାର ଉଦ୍ଦେଶ୍ୟ ରହିଥାଏ ଲୋକଙ୍କୁ ଯକୃତ ସ୍ୱାସ୍ଥ୍ୟ ଏବଂ ରୋଗ ବିଷୟରେ ସୂଚନା ଦେବା ।