ମହାନଦୀ ବ୍ରିଜରୁ ଡେଇଁଥିବା ନବମ ଶ୍ରେଣୀ ଛାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ଭୁବନେଶ୍ୱର,୨୪/୦୮: ମହାନଦୀ ବ୍ରିଜରୁ ଡେଇଁଥିବା ନବମ ଶ୍ରେଣୀ ଛାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଛାତ୍ରୀ ସମ୍ବଲପୁର ବୁଢାରଜା ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ । ସେ ବାପା ମାଆ ଛେଉଣ୍ଡ । ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ତେବେ ମହାନଦୀକୁ କାହିଁକି ଡେଇଁ ପଡିଥିଲେ, ତାର କାରଣ ଜଣାପଡିନାହିଁ ।