ନୂଆଦିଲ୍ଲୀ,୨୮/୧୦: କେନ୍ଦ୍ର ସରକାର ଆଜି ଅଷ୍ଟମ ବେତନ କମିସନ (8th Pay Commission) ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯ ଲକ୍ଷ ପେନସନ୍ ଧାରୀ ଉପକୃତ ହେବାକୁ ଯାଉଛନ୍ତି । ସୂଚନା ଓ ପ୍ରଯ୍ୟୁକ୍ତି ବିଦ୍ୟା ମନ୍ତ୍ରୀ ଅଶନ୍ୱୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଅଷ୍ଟମବେତନ କମିସନ ୧୮ ମାସ ମଧ୍ୟରେ ସୁପାରିଶ ପ୍ରଦାନ କରିବେ । ସରକାର ଜାନୁଆରି ମାସରେ ଏନେଇ କମିସନ ସେଟଅପ୍ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏବେ ଟର୍ମସ ଅଫ ରେଫରାନ୍ସ ମିଳିବା ପରେ ତୁରନ୍ତ କମିସନ ତାର କାର୍ଯ୍ୟ ଆରମ୍ଭ କରିବ । ଏହି କମିସନ ସାଲାରୀ ଷ୍ଟ୍ରକଚର, ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ନେଇ ସରକାରଙ୍କୁ ପରାମର୍ଶ ଦେବ ।