ଭୁବନେଶ୍ୱର,୦୭/୦୧: ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା। ୧୪ ତାରିଖ ଯାଏଁ ବନ୍ଦ ହେଲା ବିଦ୍ୟାଳୟ। କ୍ୟାମ୍ପସରେ ଦିଲ୍ଲୀ ଟିମର ଅନୁଧ୍ୟାନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି। ମଙ୍ଗଳବାର ସୁଦ୍ଧା ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଂଚିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଡାକ୍ତର ଟିମ ସ୍ଥିତି ଯାଞ୍ଚ କରୁଛନ୍ତି। ବ୍ଲିଚିଂ ପକାଯାଇ କ୍ୟାମ୍ପସକୁ ବିଶୁଦ୍ଧ କରାଯାଇଛି। ସେହିଭଳି ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟ ଦ୍ୱାରା ଏହା ବ୍ୟାପୁଥିବା ଆଶଙ୍କା କରାଯାଉଛି