ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ଜଣେ ମୃତ

ଭୁବନେଶ୍ୱର,୧୮/୦୬: ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି । ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ଘଟିଛି ଏପରି ଅଘଟଣ । ୩ ପର୍ଯ୍ୟଟକ ଭାସିଯାଇଥିବା ପ୍ରଶାସନ ପକ୍ଷରୁ ସ୍ପିଡ୍ ବୋଟ ଜରିଆରେ ଦୁଇ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଯେଉଁ ଦୁଇ ଜଣକୁ ଉଦ୍ଧାର କରିଥିଲା ସେଥି ମଧ୍ୟରୁ ଜଣେ ପର୍ଯ୍ୟଟକ ଜୀବିତ ଥିଲାବେଳେ ଅନ୍ୟ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *