ପିଏନ କଲେଜ ଛକରେ ବାଇକ ଓ କଣ୍ଟେନର ଧକ୍କାରେ ୩ମୃତ

ଭୁବନେଶ୍ୱର,୧/୧୦: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ବିଳମ୍ବିତ ରାତିରେ ପିଏନ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି । ବାଇକ ଓ କଣ୍ଟେନର ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକ ପଲସର ବାଇକରେ ୩ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ବ୍ରହ୍ମପୁରରୁ ମା’ ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି । ୨ଟି ପରିବାରର ୭ ଜଣ ତାରାତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ରେଭେନ୍ୟୁ ଇନ୍ସପେକ୍ଟର ଥିଲେ । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ୨ ଜଣ ଆରଆଇଙ୍କ ପରିବାର ମା’ ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ । ସେଠାରୁ ସେମାନେ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ।