ନିଟ୍ ୟୁଜି ୨୦୨୫ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର, ୪/୦୫: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ୍ ଟେଷ୍ଟିଙ୍ଗ ଏଜେନ୍ସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ୍ ୟୁଜି ୨୦୨୫ ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି । ଅପରାହ୍ଣ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ପରୀକ୍ଷା ହେବ । ବିଦେଶର ୧୩ଟି ସହର ସମେତ ମୋଟ ୫୫୨ଟି ସହରରେ ୫୪୫୩ଟି ପରୀକ୍ଷା କେନ୍ଦ୍ର ହୋଇଛି । ଦେଶରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶାର ୨୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି । ୧୬୫ ଟେଲିଗ୍ରାମ ଚ୍ୟାନେଲ ଓ ୩୨ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ କଲା ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର । ଶନିବାର ଭୁବନେଶ୍ୱରରୁ ବିଭିନ୍ନ ମେଡିକାଲ କଲେଜରେ ନିଟ୍ ସିଟ୍ ଦେବା ପାଇଁ ଟଙ୍କା ନେଇ ଗିରଫ ହେବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *