ଭୁବନେଶ୍ୱର,୧୮/୧୨: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ଉଭୟ ପକ୍ଷଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଡିଆରଜି ଟିମ୍ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷାକର୍ମୀ । ନିକଟରେ ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ । ପଥର ଖଣିକୁ ବିସ୍ଫୋରକ ପଠାଇବା ସମୟରେ ୪ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆରୋପ ପତ୍ର ଦାଖଲ କରିଛି ।