ନୂଆଦିଲ୍ଲୀ,୦୪/୦୫: ଜମ୍ମୁ-କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୩ ସେନା କର୍ମଚାରୀ ସହିଦ ହୋଇଛନ୍ତି । ସୂଚନାଅନୁସାରେ, ସେନା ଟ୍ରକ୍ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିଲା । ତେବେ କଶ୍ମୀରର ରାମବନ ଠାରେ ଗାଡ଼ିଟି ୭୦୦ ଫୁଟ୍ ତଳ ଖାଇକୁ ଖସିଯାଇଥିଲା । ଦୁର୍ଘଟଣାରେ ୩ଜଣ ଯବାନ ସହିଦ ହୋଇଛନ୍ତି । ସେନା, ପୁଲିସ, ଏସ୍ଡିଆରଏଫ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଦୁର୍ଘଟଣାରେ ଅମିତ୍ କୁମାର, ସୁଜିତ କୁମାର ଓ ମାନ ବାହାଦୂରଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହକୁ ଘାଟିରୁ ଉଦ୍ଧାର କରାଯାଇଛି ।