କ୍ରସ୍‌ ଭୋଟିଂ କରିଥିବା ୩ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର,୧୭/୦୩: ରାଜ୍ୟସଭା ନିର୍ବାଚନ ଭୋଟିଂକୁ ନେଇ କଂଗ୍ରେସର ପ୍ରେସ୍‌ମିଟ୍‌ । କ୍ରସ୍‌ ଭୋଟିଂ କରିଥିବା ୩ ଜଣ ବିଧାୟକଙ୍କୁ ନିଲମ୍ବନ କରିଛି ଦଳ । ସୋଫିଆ ଫିର୍ଦ୍ଦୋସ , ରମେଶ ଜେନା ଏବଂ ଦାଶରଥି ଗମାଙ୍କ ନିଲମ୍ବିତ ହୋଇଛନ୍ତି । ଦଳର ହ୍ୱିପ୍‌ ନମାନି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଦେଇଥିଲେ ଭୋଟ୍‌ । ଖାଲି ସେତିକି ନୁହେଁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ନଗର କଂଗ୍ରେସର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ। ପ୍ରେସ୍‌ମିଟ୍‌ରେ କୁହାଯାଇଛି କି , ଆମେ ଅକ୍ଲାନ୍ତ ପରିଶ୍ରମ କଲୁ , ବିଜେଡି ଏବଂ କଂଗ୍ରେସ ମଧ୍ୟ ବହୁତ ପରିଶ୍ରମ କରିଥିଲେ । କିନ୍ତୁ ଆମେ ହାରିଲୁ ଏଥିପାଇଁ କିଛି ବିଧାୟକ ବିଧାୟିକା ଘୋଡ଼ା ବେପାରରେ ସାମିଲ ହେଲେ । ଏବେ କେବଳ ନିଲମ୍ବନ କରାଯାଇଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ , ଏମିତିକି ସେମାନେ ଦଳରୁ ବହିଷ୍କୃତ ମଧ୍ୟ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *