ଭୁବନେଶ୍ବର,୦୯/୦୨: ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୮ ମଧ୍ୟରେ ୨୩ଟି ସିଟିଂରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ପରୀକ୍ଷାରେ କୌଣସି ଅସୁବିଧା ନହେବା ପାଇଁ କେନ୍ଦ୍ରୀୟ ସ୍କ୍ୱାଡ୍ ଡ୍ୟୁଟିରେ ନିୟୋଜିତ ବ୍ୟକ୍ତିମାନଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/କମ୍ପୋଜିଟ୍ କଲେଜ/ଡିଗ୍ରି କଲେଜ/ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଓ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପରୀକ୍ଷା ପରିଚାଳନା ହବ୍ ଓ କେନ୍ଦ୍ରଗୁଡ଼ିକର ସୁରକ୍ଷା ସୁନିଶ୍ଚିତ, ପୁଲିସ କର୍ମଚାରୀ ନିଯୁକ୍ତ, ପ୍ରଶ୍ନପତ୍ର ପ୍ୟାକେଟ୍ ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନରେ ପୁଲିସ ସୁରକ୍ଷା କରିବ। ପରୀକ୍ଷା ପଯ୍ୟବେକ୍ଷଣ ଓ ତଦାରଖ ପାଇଁ ପ୍ରତିନିଧି ନିଯୁକ୍ତ, ହବ୍ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି।