ଭୁବନେଶ୍ୱର,୧୨/୦୩: ଖରା ଦିନେ ହେବନି ବିଦ୍ୟୁତ କାଟ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଖରାଦିନରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଜାରି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକେ କିପରି ହଇରାଣ ନହେବେ, ସେଥିପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ସେହିପରି ଅଂଶୁଘାତ ମୁକାବିଲା ପାଇଁ ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ । ରାଜ୍ୟ ଓ ଜିଲ୍ଲାସ୍ତରରେ ଖୋଲିଛି କଣ୍ଟ୍ରୋଲ ରୁମ । ଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ ହେବ ହିଟୱେଭ । ଏନେଇ ସୁପାରିସ କରିଛନ୍ତି ୧୬ତମ ଅର୍ଥ କମିସନ ।