ଭୁବନେଶ୍ୱର,୨୦/୦୫: ଆସନ୍ତାକାଲି ପ୍ରକାଶ ପାଇବ +୨ ରେଜଲ୍ଟ। ଏକାସାଙ୍ଗରେ ପ୍ରକାଶ ପାଇବ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଅପରାହ୍ଣ ୪ଟାରେ ଫଳାଫଳ ପ୍ରକାଶ ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ହୋଇ ୨୭ ତାରିଖରେ ସରିଥିଲା । ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସବୁ ସେଣ୍ଟରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା । ପେପର୍ ଲିକ୍ ରୋକିବାକୁ ବିଶେଷ ଧ୍ୟାନ ଦିଆଯାଇଥିଲା ।