ପୁଣି ଫେରିଲା କରୋନା, ମୁମ୍ବାଇରେ କରୋନା ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୦/୦୫: ପୁଣି ଦେଶକୁ ଫେରିଛି ମହାମାରୀ କରୋନା । ଏହା ସାରା ବିଶ୍ୱକୁ ପୁଣି ଭୟଭୀତ କରିଛି । କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଘାତକ ଭୁତାଣୁ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ କରୋନା । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦେଶବାସୀଙ୍କୁ ପୁଣି ଥରେ ୨୦୨୦ ମସିହାରେ ଆରମ୍ଭ ହୋଇଥିବା କରୋନାର ତାଣ୍ଡବ ଲୀଳାକୁ ମନେ ପକାଇ ଦେଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ମୁତାବକ ଆଜି ଦେଶରେ ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରେ କରୋନା ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ ମୃତକ ୨ ଜଣ ପୂର୍ବରୁ ଗମ୍ଭୀର ରୋଗରେ ପୀଡିତ ଥିଲେ । ଏହାସହ ତାଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଭାରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମତିଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।