ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ, ୧୦ରୁ ଅଧିକ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୦୮/୦୫: ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ଯାହା ଫଳରେ ୧୦ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି  । ଏହି ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ ।  ଭାରତର ପ୍ରୋକ୍ସି ସଙ୍ଗଠନଗୁଡିକ ବଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ସହ ସୁରକ୍ଷାକର୍ମଙ୍କୁ ଆକ୍ରମଣ କରୁଛନ୍ତି । ବଲୁଚ ଲିବେରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି କହଛି ପାକ ସେନା ।

Leave a Reply

Your email address will not be published. Required fields are marked *