ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ଗୁଳି ବର୍ଷା, ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ହେବ ବ୍ଲାକ୍‌ଆଉଟ୍‌

ନୂଆଦିଲ୍ଲୀ,୦୮/୦୫: ଭାରତର ଅପରେସନ ସିନ୍ଦୂର ପରେ ଥରି ଉଠିଛି ପାକିସ୍ତାନ । ଏହାରିମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ଗୁଳି ବର୍ଷା । କିନ୍ତୁ ସବୁଆଡୁ ପାକ୍‌କୁ ମାତ୍‌ ଦେଉଛି ଭାରତ । ପାକ୍‌ ସେନାର ଯୋଜନାକୁ ପଣ୍ଡ କରିବାରେ ଲାଗିଛି ଭାରତୀୟ ସେନା । ଭାରତର ଉନ୍ନତ୍ତକୌଶଳ ଅସ୍ତ୍ରଶସ୍ତ୍ର, ମିସାଇଲ୍‌ ଆଗରେ ହାର୍‌ ମାନୁଛି ପାକ୍‌ର ମିସାଇଲ ମାଡ । ଆକାଶ ମାର୍ଗରୁ ପାକ୍‌ ର ଅସ୍ତ୍ରକୁ ଟକ୍କର ଦେଉଛି ଭାରତର ସୁଦର୍ଶନ ଚକ୍ର । ଏହାରି ମଧ୍ୟରେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ଗୁର୍‌ଦାସପୁରରେ କଡାକଡି କରାଯାଇଛି । ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୁରୁଦାସପୁରରେ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବ୍ଲାକ୍‌ଆଉଟ୍‌ ଲାଗୁ ରହିବ । ପୂରା ରାତିରେ ଅନ୍ଧାରରେ ରହିବ ଜିଲ୍ଳା । କାରଣ ଗୁର୍‌ଦାସପୁର ପାକିସ୍ତାନ ସୀମା ସହିତ ସଂଲଗ୍ନ । ଭାରତ-ପାକ୍ ସୀମାରେ ସମ୍ବେଦନଶୀଳ ବାତାବରଣ ଯୋଗୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୁର୍‌ଦାସପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ଜେଲ ଗୁର୍‌ଦାସପୁର ଏବଂ ହସ୍ପିଟାଲ ପାଇଁ ଲାଗୁ ହେବ ନାହିଁ ।

Leave a Reply

Your email address will not be published. Required fields are marked *